ତୃତୀୟ ଜ୍ୟୋତିଲିଙ୍ଗ ଭଗବାନ ମହାକାଳ ବିଷୟରେ ଆଶ ଜିଣିବା । The Story of Third Jyotirlinga - Mahaka_HD

  • 6 years ago
ଶିବପୁରାଣ ଆଶିଛିି ତୃତୀୟ ଜ୍ୟୋତିଲିଙ୍ଗ ଭଗବାନ ମହାକାଳ ବିଷୟରେ ଆଶ ଜିଣିବା ।

#GURUGOBINDAYA

ପ୍ରଥମ ଜ୍ୟୋତିଲିଙ୍ଗ Link,,
https://youtu.be/mbjBMMbFXC0
ଦୁତିୟ ଜ୍ୟୋତିଲିଙ୍ଗ Link
https://youtu.be/P1jWUUptPkA

ଶିବପୁରାଣ ଭଗବାନ ମହାକାଳେଶ୍ୱର ଜ୍ୟୋତିଲିଙ୍ଗ

ମହାକାଳେଶ୍ଵର , ଭାରତବର୍ଷର ବିଭିନ୍ନ ଅଞ୍ଚଳରେ ଅବସ୍ତିତ ଦ୍ଵାଦଶ ଜ୍ୟୋତିର୍ଲିଙ୍ଗ ମଧ୍ୟରେ ଅନ୍ୟତମ । ମଧ୍ୟ ପ୍ରଦେଶରଶିପ୍ରାନଦୀ ତୀରବର୍ତ୍ତି ଉଜ୍ଜୟିନୀ ବା ଧାରାନଗରୀରେ ରୁଦ୍ରସାଗର ହ୍ରଦତୀରରେ ଏହି ମନ୍ଦିର ଅବସ୍ତିତ। ଏଠାରେ ଶିବଲିଙ୍ଗ ସ୍ଵୟଂମ୍ଭୁ ରୂପେ ପରି ପ୍ରକାଶ ହୋଇଥିବା ବିଶ୍ଵାସ କରାଯାଏ ।ଔଏଠାରେ ମହାକାଳେଶ୍ଵର ଦକ୍ଷିଣମୂଖୀ
ହୋଇଥିବାରୁ ,ତାଙ୍କୁ ଦକ୍ଷିଣମୂର୍ତ୍ତି ମଧ୍ୟ କୁହାଯାଏ ।

ନାମ
 ନାମShri Mahakaleshwar Jyotirling

ଭୌଗୋଳିକ ଅବସ୍ଥିତ
ଦିଗବାରେଣି23°10′58″N 75°46′6″E / 23.18278°N 75.76833°E
ଦେଶଭାରତ
Stateମଧ୍ୟ ପ୍ରଦେଶ
ଅବସ୍ଥିତିଉଜ୍ଜୟିନୀ
ପରମ୍ପରାମୁଖ୍ୟ ଆରାଧ୍ୟ
ମହାକାଳେଶ୍ଵର (ଶିବ)

କିମ୍ବଦନ୍ତୀସମ୍ପାଦନ କରନ୍ତୁ

କିମ୍ବଦନ୍ତୀ ଅନୁଯାୟୀ ପ୍ରାଚୀନ ଅବନ୍ତିର ରାଜଧାନୀ ଅବନ୍ତିକା(ପରବର୍ତ୍ତି କାଳରେ ଉଜ୍ଜୈନ)ରେ ଏକଦା ଶାସନ କରୁଥିଲେ ରାଜା ଚନ୍ଦ୍ରସେନ । ସେଥିଲେ ଶିବଙ୍କର ପରମ ଭକ୍ତ । ଦିନେ ରାଜା ମନ୍ତ୍ରପାଠ ପୂର୍ବକ ପ୍ରାସାଦ ମଧ୍ୟସ୍ଥ ମନ୍ଦିରରେ ଶିବପୂଜାରେ ବ୍ୟସ୍ତ ଥାଆନ୍ତି । ରାସ୍ତାରେ ଯାଉଥିଲା ଶ୍ରୀକର ନାମକ ଚଷାପିଲା ଟିଏ । ମନ୍ତ୍ର ଧ୍ଵନି ଶୁଣି ସେ ମଧ୍ୟ ଦେବ ଆରାଧନା ପାଇଁ ଇଛା କଲା । ତେବେ ରାଜରକ୍ଷୀମାନେ ତାକୁ ଅର୍ଦ୍ଧଚନ୍ଦ୍ର ଦେଇ ସେହି ସ୍ଥାନରୁ ବାହର କରିଦେଲେ । ଶ୍ରୀକର କୈଣସି ପ୍ରଦିବାଦ ନକରି ସିଧା ଚାଲିଲା ନଗରୀ ଉପକଣ୍ଠରେ ପ୍ରବାହିତ କ୍ଷିପ୍ରା ନଦୀ କୂଳକୁ ଓ ସେଠାରେ ବସି ଆରମ୍ଭ କଲା ଲିଙ୍ଗ-ପୂଜନ । ଠିକ ସେହି ସମୟରେ ଚନ୍ଦ୍ରସେନଙ୍କର ଦୁଇ ପ୍ରମୁଖ ଶତ୍ରୁ ରାଜା ରିପୁଦମନ ଏବଂ ସିଂହାଦିତ୍ୟ ଦୂଷଣ ନାମକ ରାକ୍ଷସର ସହାୟତା ନେଇ ମିଳିତ ଭାବେ ଉଜ୍ଜୈନ ଆକ୍ରମଣ କଲେ । ସେମାନଙ୍କର ଅଚାନକ ଆକ୍ରମଣର ସମ୍ମୁଖୀନ ହୋଇନପାରି ଚନ୍ଦ୍ରସେନ ଜଙ୍ଗଲ ମଧ୍ୟକୁ ପଳାୟନ କଲେ । ଶତ୍ରୁମାନେ ଅଧିକ ସାହାସ ପାଇ ମୂଖ୍ୟତଃ ଶିବଭକ୍ତ ପ୍ରଜାଙ୍କ ଉପରେ ଯାବତୀୟ ଅତ୍ୟାଚାର ଚଳାଇଲେ । ରାଜାଙ୍କ ମୂଖ୍ୟ ପୂଜକ ବୃଦ୍ଧି ଶୁଣିଲେ ଯେ ରାଜଧାନୀ ବାହାରେ ଶ୍ରୀକର ନାମକ ବାଳକ ପ୍ରାର୍ଥନାରତ । ସେ ମଧ୍ୟ ଯାଇ ଶ୍ରୀକର ସହିତ ଯୋଗ ଦେଲେ । ସେମାନଙ୍କ ପ୍ରାର୍ଥନାରେ ସନ୍ତୁଷ୍ଟ ହୋଇ ମହାକାଳ ରୂପରେ ଉଭା ହେଲେ ଶିବ । ଚନ୍ଦ୍ରସେନଙ୍କ ଶତ୍ରୁମାନେ ପରାଜିତ ହେଲେ ଏବଂ ନିହତ ହେଲା ଦୁଷଣ । ଚନ୍ଦ୍ରସେନ ଫେରି ପାଇଲେ ନିଜର ରାଜ୍ୟ । ନଗର ମଧ୍ୟରେ ମହାକାଳରୂପୀ ଶିବ ଅବସ୍ଥାନ କରନ୍ତୁ ବୋଲି ଶ୍ରୀକର ଭୋଳାନାଥଙ୍କ ଠାରୁ ବର ଚାହିଁଲା । ସେହି ଦିନ ଠାରୁ ଉଜ୍ଜୈନରେ ପୂଜା ପାଇଆସୁଛନ୍ତି ମହାକାଳେଶ୍ଵର ।

Recommended