Guru gobindaya

@rudran400
Purana,bede,ଶିବଲିଙ୍ଗ ପୂଜା

ପଦ୍ମପୁରାଣ ବର୍ଣ୍ଣିତ ଅଛି ମହର୍ଷି ଭୃଗୁ ସୃଷ୍ଟି ତତ୍ତ୍ୱ ଓ ପରମପିତା ଶିବଙ୍କର ମାହାତ୍ମ ଜାଣିବା ପାଇଁ କୈଳାସରେ ପହଞ୍ଚିଲେ । ଠିକ୍‌ ସେହି ସମୟରେ ଭଗବାନ ଶିବ ମାତା ପାର୍ବତୀଙ୍କ ସହିତ ଏକ ନିବୃତ ସ୍ଥାନରେ ରତିକ୍ରୀଡ଼ା ଅର୍ଥାତ୍‌ ସୃଷ୍ଟି ସର୍ଜନାରେ ମଗ୍ନ ଥିଲେ । ବହୁଦିନ ଧରି ଅପେକ୍ଷା କରିଥିଲେ ମଧ୍ୟ ମହର୍ଷି ଭୃଗୁ ପରମପିତାଙ୍କର ଦର୍ଶନ କରିପାରିଲେ ନାହିଁ । ଏଥିପାଇଁ ତାଙ୍କର ଧୈର୍ଯ୍ୟଚ୍ୟୁତି ହେବାରୁ ସେ ପରମପିତାଙ୍କୁ ପ୍ରାର୍ଥନା ତଥା ଅଭିଶାପ ଦେଇ କହିଲେ-“ ହେ ପରମ ପିତା ! ଆପଣ ଯେଉଁ ଅବସ୍ଥାରେ ନାରୀ ଶକ୍ତି ସହିତ ସଂଯୁକ୍ତ ହୋଇଛନ୍ତି, ସେହି ଅବସ୍ଥାରେ ଏ ଭବମୟ ସାରା ସଂସାରରେ ପୂଜା ପାଇବେ ।” ତାହା ହିଁ ହେଲା । ଭୃଗୁ ଋଷିଙ୍କର କଥା ସତ୍ୟ ହେଲା । ସେହିଦିନରୁ ଭଗବାନ ଶିବ ଲିଙ୍ଗରୂପରେ ପୂଜା ପାଇଆସୁଛନ୍ତି ।

କୋଟିରୁଦ୍ର ସଂହିତା ଅନୁସାରେ ଦେବଦାରୁ ବନରେ ଥିବା ଏକ ଆଶ୍ରମରେ କେତେକ ଋଷି ସପତ୍ନୀକ ଭଗବାନ ଶିବଙ୍କର ପୂଜାର୍ଚ୍ଚନା କରୁଥିଲେ । ଏକଦା ଏହି ସପତ୍ନୀକ ଋଷିମାନଙ୍କୁ ପରୀକ୍ଷା କରିବା ପାଇଁ ଭଗବାନ ଶିବ ସେହି ଆଶ୍ରମରେ ପହଞ୍ଚିଲେ । ଠିକ୍‌ ସେହି ସମୟରେ ଋଷିମାନେ ସମିଧ ସଂଗ୍ରହ ନିମନ୍ତେ ବନକୁ ଯାଇଥିଲେ । ଭଗବାନ ଶିବ ଋଷି ପତ୍ନୀମାନଙ୍କ ସମ୍ମୁଖରେ ନଟରାଜ ରୂପରେ ନୃତ୍ୟ କରିବାକୁ ଲାଗିଲେ । ନୃତ୍ୟ ସମୟରେ ଦେହରୁ ସମ୍ପୂର୍ଣ୍ଣ ବସ୍ତ୍ର ଖସି ଯାଇଥିଲା, ତାଙ୍କର ସେଥିପ୍ରତି ଧ୍ୟାନ ନଥିଲା । ଠିକ୍‌ ସମୟରେ ଋଷିମାନେ ବନରୁ ଫେରି ଭଗବାନ ଶିବଙ୍କର ଏପରି ଉଲଗ୍ନ ଅବସ୍ଥା ଦେଖି କ୍ରୋଧାନ୍ୱିତ ହୋଇ ଅଭିଶାପ ଦେଲେ, ଏହାଫଳରେ ଶିବଙ୍କ ଲିଙ୍ଗ ତାଙ୍କ ଦେହରୁ ଛିନ୍ନ ହୋଇ ଭୂମିରେ ପଡ଼ିଲା । ଛିନ୍ନ ଲିଙ୍ଗ ଅସ୍ଥିର ହୋଇ ସମଗ୍ର ସଂସାରରେ ବହୁ ଉତ୍ପାତ କଲେ । ଦେବତାମାନେ ବ୍ୟସ୍ତ ହୋଇ ବେଦପତି ବ୍ରହ୍ମା ମାତା ପାର୍ବତୀଙ୍କୁ ଧ୍ୟାନ କଲେ । ବ୍ରହ୍ମାଙ୍କ ଧ୍ୟାନରେ ସନ୍ତୁଷ୍ଟ ହୋଇ ମାତା ପାର୍ବତୀ ସମସ୍ତ ଜାଣିପାରି ମର୍ତ୍ତ୍ୟକୁ ଆଗମନ କଲେ । ମାତା ଭଗବତୀ ଦେବୀ ପାର୍ବତୀ ଶିବଙ୍କର ସେହି ଛିନ୍ନ ଲିଙ୍ଗକୁ ନିଜ ଶକ୍ତିଚକ୍ର(ଯୋନି) ମଧ୍ୟରେ ଧାରଣ କରି ଶାନ୍ତ କରାଇଲେ । ସେହିଦିନ ଏକାନ୍ତ ଭକ୍ତି ଓ ନିଷ୍ଠାର ସହିତ ସପତ୍ନୀକ ଋଷିମାନେ ଶକ୍ତିଚକ୍ର ସହିତ ଲିଙ୍ଗପୂଜା କଲେ । ଫଳରେ ସେହିଦିନରୁ ଭଗବାନ ଶିବଲିଙ୍ଗ ରୂପରେ ପୂଜା ପାଇଆସୁଛନ୍ତି ।

ଶିବ ପୁରାଣ ଅନୁସାରେ ଦକ୍ଷପ୍ରଜାପତିଙ୍କ ଯଜ୍ଞରେ ମଙ୍ଗଳମୟ ଦେବାଧିଦେବ ମହାଦେବଙ୍କ ଅପମାନ ସହ୍ୟ କରିନପାରି ମାତା ସତୀ ଯଜ୍ଞକୁଣ୍ଡରେ ଆତ୍ମହୁତି ଦେଲେ । ଫଳରେ ସତୀଙ୍କୁ ନପାଇ ଭଗବାନ ଶିବ ହତଜ୍ଞାନ ହୋଇ ଦକ୍ଷଯଜ୍ଞ ଭଙ୍ଗ କରିବା ସଙ୍ଗେ ସଙ୍ଗେ ସଂସାରରେ ତାଣ୍ଡବଲୀଳା କରି ସମଗ୍ର ସୃଷ୍ଟିକୁ ପ୍ରଳୟ କରିବାକୁ ଲାଗିଲେ । ସେହି ସମୟରେ ତାଙ୍କ କଟିରୁ ବ୍ୟାଘ୍ରଚର୍ମ ଖସିପଡ଼ିବାଦ୍ୱାରା ସେ ସମ୍ପୂର୍ଣ୍ଣ ଉଲଗ୍ନ ହୋଇଗଲେ । ଶିବଙ୍କ କ୍ରୋଧ ଶାନ୍ତ କରିବା ପାଇଁ ଦକ୍ଷ ପ୍ରଜାପତିଙ୍