• last week
ନୟାଗଡ଼: ମନ୍ଦିରରୁ ପଞ୍ଚମୁଖୀ ଅଷ୍ଟ ଧାତୁ ମୂର୍ତ୍ତି ଚୋରି । ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ବଡ଼ ପଣ୍ଡୁସର ଉଗ୍ରେଶ୍ବର ମହାଦେବଙ୍କ ମନ୍ଦିରରୁ ପଞ୍ଚମୁଖୀ ମୃର୍ତ୍ତି ଚୋରି ହୋଇଛି । ଗତକାଲି ରାତିରେ କେହି ଦୁର୍ବୃତ୍ତ ଉଗ୍ରେଶ୍ବରଙ୍କ ବିଜେ ପ୍ରତିମା ଚୋରେଇ ନେଇଥିବା ଅଭିଯୋଗ ହୋଇଛି । ଆଜି ସକାଳୁ ମନ୍ଦିର ପୂଜକ ମନ୍ଦିର ଖୋଲିବାକୁ ଯିବା ସମୟରେ ମନ୍ଦିର ତାଲା ଭାଙ୍ଗିଥ‌ିବା ଦେଖ‌ିବାକୁ ପାଇଥିଲେ । ସେ ଭିତରକୁ ଯିବା ପରେ ବିଜେ ପ୍ରତିମା ନଥିବା ଦେଖିବାକୁ ପାଇଥିଲେ । ମନ୍ଦିର ଭିତରୁ ପଞ୍ଚମୁଖୀ ମହାଦେବଙ୍କ ପିତ୍ତଳ ମୂର୍ତ୍ତି ଚୋରି ହୋଇଛି । ଅଭିଯୋଗ ପରେ ଘଟଣା ସ୍ଥଳରେ ଇଟାମାଟି ଥାନା ପୋଲିସ ପହଞ୍ଚି ଛାନଭିନ ଆରମ୍ଭ କରିଛି । 

ପୂଜାରୀଙ୍କ କହିବା ଅନୁସାରେ, ପହିଲି ପୂଜା ଚାଲିଥିବାରୁ ସେ ଭୋର ୩ଟାରୁ ୪ ମଧ୍ୟରେ ମନ୍ଦିରକୁ ଆସି ପହଞ୍ଚିଥିଲେ । ବାହାର କାର୍ଯ୍ୟ ସାରିବା ପରେ ଶିବ ମନ୍ଦିରକୁ ଯିବା ବେଳେ ହଠାତ ମନ୍ଦିରର ତାଲା ନଥିବା ଦେଖିବାକୁ ପାଇଥିଲେ । ଭିତରକୁ ଯିବାପରେ ଉଗ୍ରେଶ୍ୱର ମହାଦେବଙ୍କର ଚଳନ୍ତି ପ୍ରତିମା ଚନ୍ଦ୍ରଶେଖର, ପାର୍ବତୀ ଏବଂ ପଞ୍ଚମୁଖି ଶିବଙ୍କ ମୂର୍ତ୍ତି ନଥିବା ଦେଖିବାକୁ ପାଇଥିଲେ l ପରେ ସେ ସଙ୍ଗେ ସଙ୍ଗେ ଗ୍ରାମରେ ସମସ୍ତଙ୍କୁ ଜଣାଇଥିଲେ । ଗ୍ରାମବାସୀ ମନ୍ଦିରରେ ପହଞ୍ଚି ଏନେଇ ଥାନାରେ ଜଣାଇଥିଲେ । ଅନ୍ୟ ଜଣେ ପୂଜକଙ୍କ କହିବା ଅନୁସାରେ, 1974 ମସିହାରେ ଏହି ମନ୍ଦିରରୁ ଥରେ ଚୋରି ହୋଇଥିଲା । ପରେ ନୂତନ ବିଗ୍ରହ ଆଣି ସ୍ଥାପନ କରାଯାଇଥିଲା । ମୂଲ୍ୟବାନ ପଞ୍ଚମୁଖୀ ମୂର୍ତ୍ତିର ଓଜନ 30 କେଜି ଏବଂ ଅନ୍ୟ ଦୁଇ ମୂର୍ତ୍ତି 25 କେଜି ହେବ । ସେପେଟ ତୁରନ୍ତ ଚୋରକୁ ଧରାଯାଇ ମୂର୍ତ୍ତିକୁ ଫେରାଇ ଆଣିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି । ଅନ୍ୟପଟେ ପୋଲିସ ପକ୍ଷରୁ ଚୋରକୁ ଧରିବାକୁ ସନ୍ଧାନ ଜାରି ରହିଛି ବୋଲି SDPO ସୁଦର୍ଶନ ଗଙ୍ଗୋଇ ସୂଚନା ଦେଇଛନ୍ତି । ଏହା ମଧ୍ୟ ପଢ଼ନ୍ତୁ...ଠାକୁରଙ୍କୁ ଛାଡିଲେନି ଚୋର, ପଞ୍ଚମୁଖୀ ହନୁମାନ ମନ୍ଦିରରେ ବୁଲାଇଲେ କଳାକନାଏହା ମଧ୍ୟ ପଢ଼ନ୍ତୁ...ଚୋରଙ୍କ ଆଖିରୁ ବର୍ତ୍ତିପାରିଲେନି ଗ୍ରହରାଜ ଶନିଦେବ: ତାଡିନେଲେ ଆଖି-ମୁକୁଟ, CCTVରେ କଏଦ
ଇଟିଭି ଭାରତ, ନୟାଗଡ଼

Category

🗞
News
Transcript
00:00Music
00:15In the morning, we reached the temple.
00:18We entered the room, opened the door, and saw the Mahabharata temple.
00:25When we reached, the lights were off.
00:28We went inside, and the door was locked.
00:32I was very scared.
00:34I thought there must be some lock.
00:36I opened the door and saw the key, but there was no lock.
00:40The door was locked, and we went inside.
00:43When we came out, the lights were on.
00:45The lights were off.
00:46I came out.
00:47When I came out, the door was locked.
00:49I went inside and saw.
00:50Now, the Thakur can't stay here.
00:53If they are attacked, they will definitely come here.
00:58They are stealing from every temple.
01:01There is no place to hide.
01:03Yes, there is a gang that steals statues.
01:06Otherwise, they don't do anything.
01:08They don't do anything.
01:10They don't do anything.
01:12They don't do anything.
01:14The Thakur's Chalanti statue, which is the statue of Chandrasekhar and Parvati,
01:19is in the Khatuli.
01:22The Khatuli and the statue of Chandrasekhar and Parvati,
01:27and the Thakur's Panchamukhim Mahadev,
01:32are in the Khatuli.
01:33The Panchamukhim Mahadev, who was the Panchamukhim of Pital,
01:37is around 25-30 kilometers away.
01:40He is kept there.
01:42If you go there, you can see him.
01:44The first day of the service,
01:46the Thakur's Chalanti is performed at 3 am.
01:48The temple opens early in the morning,
01:50and the Thakur's Chalanti is performed early in the morning.
01:52The story about the Thakur's Chalanti,
01:54is that the temple of the Thakur's Chalanti is not locked.
01:57What is your decision, Justice?
01:59We are very happy about the police investigation.
02:02As soon as possible,
02:04we will go to Thakur's temple and perform the Thakur's Chalanti.
02:08We are very happy.
02:10This is a professional gang.
02:12They are doing it professionally.
02:14Two or three people,
02:16one or more people have been working here.
02:19There are many people here.
02:21There were many Thakur's people here,
02:23in the Ashtadhara statue.
02:25Two or three people have been working here.
02:27We have never heard about the history of the Thakur.
02:30The Thakur's Victory statue?
02:32Yes, the Thakur's Victory statue.
02:34It is more than 70-80 years old.
02:36We can say that it is as old as the age of the community.
02:39People think that it is a collective act.
02:44We have to go through the security check point,
02:47and the CCTV of the temple.
02:49The temple is at a distance from the village.
02:52If it had CCTV,
02:54this would not have happened.

Recommended