ବୌଦ୍ଧ: ATM ତାଡ଼ି ଲକ୍ଷ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ । ଗୋଟିଏ ରାତିରେ ଦୁଇ ଦୁଇଟି ଜାଗାରୁ ଲୁଟ । ଗତକାଲି ରାତିରେ ଏକ ଲୁଟେରା ଗ୍ୟାଙ୍ଗ ବୌଦ୍ଧ ଥାନା ଅଞ୍ଚଳର 2ଟି ସ୍ଥାନରେ 2ଟି ଏଟିଏମ ତାଡି ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି । ବୌଦ୍ଧ ଥାନା ଅନ୍ତର୍ଗତ ବଢିଗାଁ ଓ ବିରନରସିଂପୁର ଠାରେ ଥିବା SBIର 2ଟି ATMରୁ ଦୁର୍ବୃତମାନେ ବିଳମ୍ବିତ ରାତିରେ ଲୁଟ କରିଛନ୍ତି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏକ ଗାଡ଼ିରେ କିଛି ଦୁର୍ବୁତ୍ତ ମାରଣାସ୍ତ ଧରି ଗ୍ୟାସ କଟର ଯୋଗେ ଏଟିଏମ ତାଡି ଏସବୁ ଲୁଟ କରିଛନ୍ତି । ଉଭୟ ଲୁଟ ସ୍ଥାନରେ ବୌଦ୍ଧ ପୋଲିସର ବରିଷ୍ଠ ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।ବିଗତ କିଛି ଦିନ ହେଲା ବୌଦ୍ଧରେ ଲୁଟପାତ ପରିମାଣ ବଢ଼ିବାରେ ଲାଗିଛି । କିଛିଦିନ ପୂର୍ବେ ବୌଦ୍ଧ ଜିଲ୍ଲା ସଦର ମହକୁମା ଶ୍ରୀ ଜଗନ୍ନାଥ ମନ୍ଦିରରେ ଦାନହୁଣ୍ଡିକୁ ଦୁର୍ବୃତମାନେ ଲୁଟି ନେଇଥିଲେ । ଗତକାଲି ରାତିରେ ପୁଣି ଥରେ ଏକ ଲୁଟେରା ଗ୍ୟାଙ୍ଗ ବୌଦ୍ଧ ଥାନାର ଦୁଇଟି ସ୍ଥାନରେ 2ଟି ଏଟିଏମ ତାଡି ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ।ଏହାମଧ୍ୟ ପଢ଼ନ୍ତୁ...ଢେଙ୍କାନାଳ ଏଟିଏମ ଲୁଟ ଘଟଣା , ୪ ଜଣ ଆନ୍ତଃରାଜ୍ୟ ଡକାୟତ ଗିରଫଏହାମଧ୍ୟ ପଢ଼ନ୍ତୁ...ମଣପୁରମ ଲୁଟ ପଛରେ ଅନ୍ତଃରାଜ୍ୟ ସୁନା ଲୁଟେରା ଗ୍ୟାଙ୍ଗଇଟିଭି ଭାରତ, ବୌଦ୍ଧ
Category
🗞
NewsTranscript
00:00♪♪
00:10♪♪
00:20♪♪
00:30♪♪
00:40♪♪
00:50♪♪
01:00♪♪
01:10♪♪