ଚାନ୍ଦୋଳ ବଜାରରୁ ବାରମ୍ବାର ଚୋରୀ ଓ ପୋଲିସ ର ଅପାରଗତା ପ୍ରତିବାଦରେ ଚାନ୍ଦୋଳ ଫାଣ୍ଡି ଆଗରେ ବିକ୍ଷୋଭ ପ୍ରଦର୍ଶନ।

  • 3 years ago
24,12,21
ଚାନ୍ଦୋଳ ବଜାରରୁ ବାରମ୍ବାର ଚୋରୀ ଓ ପୋଲିସ ର ଅପାରଗତା ପ୍ରତିବାଦରେ ଚାନ୍ଦୋଳ ଫାଣ୍ଡି ଆଗରେ ବିକ୍ଷୋଭ ପ୍ରଦର୍ଶନ।

କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ ଅନ୍ତର୍ଗତ ଚାନ୍ଦୋଳ ବଜାରରେ ଲଗାତାର ଚୋରି ହେବା ପ୍ରତିବାଦରେ ବଜାର କମିଟିର କର୍ମକର୍ତ୍ତାମାନେ ଖରିଦାସାହି ଛକରୁ ଏକ ଶୋଭାଯାତ୍ରାରେ ଯାଇ ଚାନ୍ଦୋଳ ଫାଣ୍ଡି ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।ରାତ୍ରିକାଳୀନ ପେଟ୍ରୋଲିଂ ସହ ସାପ୍ତାହିକ ହାଟ ର ସୁରକ୍ଷା ବ୍ୟବସ୍ଥା କଡାକଡି କରିବା ପାଇଁ କମିଟି ଦାବି କରିଥିଲା ।
ଘଟଣାସ୍ଥଳ ରେ ଏସ୍ପି ମଦକର ସମ୍ବିଦ ସମ୍ପଦ, ଏସଡିପିଓ ରାଜିବ ଲୋଚନ ପଣ୍ଡା, ସଦର ଥାନା ଅଧିକାରୀ ପବିତ୍ର ମହାରଣା ଓ ଡେରାବିଶ ଆଡିସନାଲ ତହସିଲଦାର ପ୍ରମୋଦ ମହାନ୍ତି ବିକ୍ଷୋଭକାରି ଙ୍କ ସମସ୍ୟା ଓ ସମାଧାନ ନେଇ ଆଲୋଚନା କରିଥିଲେ। ଶେଷରେ ସମସ୍ତ ଘଟଣାକୁ ଗୁରୁତର ସହ ନେଇ ସମାଧାନ ଓ ପୋଲିସ ଡିୟୁଟିକୁ କଡାକଡି କରିବା ସହ ଉପସ୍ଥାପନ ହୋଇଥିବା ସମସ୍ତ ଦାବି ଗୁଡିକର ସମାଧାନ କରାଯିବା ନେଇ ପ୍ରତିଶୃତି ଦେଇଛନ୍ତି। ବଜାର କମିଟିର ସଭାପତି ଶିବାଶିଷ ମହାନ୍ତି, ସଂପାଦକ ପ୍ରସାନ୍ତ ସାହୁ, କୋଷାଧ୍ୟକ୍ଷ ବିଶ୍ବମୋହନ ଦାସ, ମିହିର ସାମଲ, ଦେବାଶିଷ ବେହେରା,ଲଲାଟେନ୍ଦୁ ନାୟକ, ସୁଦୀପ୍ତ ନାୟକ, ସୁନିଲ ସାହୁ, ଭଗବାନ ସାହୁ, ସଂଜୟ ବେହେରା,ତୃପ୍ତିରଞନ ନାୟକ ଆଦି ବିକ୍ଷୋଭ ସମାବେଶରେ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା ।

କେନ୍ଦ୍ରାପଡ଼ା ରୁ ପ୍ରକାଶ କୁମାର ମଲ୍ଲିକ ଙ୍କ ରିପୋର୍ଟ୍ ଏନ କେ ନିୟୁଜ ।

In the wake of the theft in Chandol Bazaar under Derabish block of Kendrapara district, market committee workers marched from Kharidasahi Chowk in front of Chandol Fundi.
SP Madkar Sambid Sampad, SDPO Rajeev Lochan Panda, Sadar Thana officer Pabitra Maharana and Derabish Additional Tahsildar Pramod Mohanty discussed the problems and solutions of the protesters at the spot. Finally, he promised to resolve all the issues seriously and to tighten the duty of the police, as well as to address all the demands made. Market Committee Chairman Shivashish Mohanty, Editor Prasant Sahu, Treasurer Bishwamohan Das, Mihir Samal, Debashis Behera, Lalatendu Nayak, Sudipta Nayak, Sunil Sahu, Bhagwan Sahu, Sanjay Behera, Triptiranan Nayak were among those present at the rally.

Recommended