ନିଶ୍ଚିନ୍ତକୋଇଲି ବ୍ଲକରେ ମାତିଲେ ଛେଳି ଚୋର: ଭୟଭୀତ ଅବସ୍ଥାରେ ଛେଳି ଚାଷୀ !
କଟକ: (ନି.ପ୍ର.): କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ କେଣ୍ଟାଳୋ ପଞ୍ଚାୟତର ଲୋକନାଥପୁର ଗ୍ରାମରେ ଗତ ଗୁରୁବାର ମଧ୍ୟ ରାତ୍ରୀରେ କନକ ଲତା ଦାସଙ୍କ ଗୃହାଳ ଘର କବାଟ ଭାଙ୍ଗି କିଛି ଦୁବୁତ 9 ଟି ଛେଳି ( ମୂଲ୍ୟ 70 ହଜାରଟଙ୍କା) ଚୋରି କରିନେଇଛନ୍ତି | ଗତ ଶୁକ୍ରବାର ଦିନ ମଧ୍ୟ ରାତ୍ରୀରେ ଅସୁରେଶ୍ଵର ପଞ୍ଚାୟତର ପୁବଶଂ ଗ୍ରାମର ରମା ମହନ୍ତଙ୍କ ଗୃହାଳ ଘରୁ 6 ଟି ଛେଳି ଯାହାର ମୂଲ୍ୟ ୫୦ ହଜାର ଟଙ୍କା ରୁ ଅଧିକ ଚୋରି ହୋଇଯାଇଛି। ଏନେଇ ଦୁଇଟି ପରିବାର ନିଶ୍ଚିନ୍ତକୋଇଲି ଥାନାରେ ଅଭିଯୋଗ କରିଥିଲେ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ପରେ ଦୁଇଟି ମାମଲା ରୁଜୁ କରିଛନ୍ତି। ତେବେ ଏହି ଅଞ୍ଚଳରେ ଦିନକୁଦିନ ବଢ଼ି ଚାଲିଥିବା ଛେଳି ଚୋରି ଯୋଗୁଁ ଛେଳି ଚାଷି ମାନେ ଭୟବିତ ଅବସ୍ଥାରେ ଜୀବନ ଯାପନ କରୁଛନ୍ତି । ଅପର ପକ୍ଷରେ ପୋଲିସ ପ୍ରଶାସନର ଅବହେଳା ଯୋଗୁଁ ଦିନକୁଦିନ ଅପରାଧୀମାନଙ୍କର ଅପରାଧିକ କାର୍ଯ୍ୟକଳାପ ବଢିଚାଲିଥିବାର କଥା ବୁଦ୍ଧିଜୀବି ମହଲରେ ଆଲୋଚନା ହେଉଛି।

Category
🗞
News