ବିଜେଡିର ୨୫ ତମ ପ୍ରତିଷ୍ଠା ଦିବସ ,,ଭର୍ଚୁଆଲରେ ସାମିଲ ହେଲେ ସୁପ୍ରିମୋ ନବୀନ ପଟ୍ଟନାୟକ।

  • 3 years ago
ବିଜେଡିର ୨୫ ତମ ପ୍ରତିଷ୍ଠା ଦିବସ ,,ଭର୍ଚୁଆଲରେ ସାମିଲ ହେଲେ ସୁପ୍ରିମୋ ନବୀନ ପଟ୍ଟନାୟକ।

ଗଣିଆ: 26/12/2021(ରିପୋର୍ଟ: ମାନସ ରଞ୍ଜନ ଦାସ): ରବିବାର ଅପର୍ହ୍ନରାରେ ବିଜେଡିର 25ତମ ପ୍ରତିଷ୍ଠା ଦିବସ ଗଣିଆ କିଶୋରଚନ୍ଦ୍ର ନୋଡାଲ ବିଦ୍ୟାପୀଠ ଖେଳ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି। ବିଜୁଜନତା ଦଳର ବ୍ଲକ ସଭାପତି ସଦାଶିବ ମିଶ୍ରଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ତଥା ନୟାଗଡ଼ ଜିଲା ବିଜୁଜନତା ଦଳର ସଭାପତି ରମେଶ ଚନ୍ଦ୍ର ବେହେରା ଯୋଗଦେଇ ଶୁଭ ଉଦଘାଟନ କରିଥିଲେ । ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ ଥିବାରୁ ଏହାକୁ ବ୍ୟାପକ ଆକାରରେ ପାଳନ କରିବାକୁ ଦଳ କରିଛି ଗ୍ରାଣ୍ଡ ଆୟୋଜନ । ଭର୍ଚୁଆଲରେ ଉପସ୍ଥିତରହି ଖୋଦ୍‌ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକମାନଙ୍କୁ ସମ୍ବୋଧିତ କରିଥିଲେ ।

ଏହି ଅବସରରେ କିଭଳି ସରକାରଙ୍କ ସମସ୍ତ ଜନହିତକର କାର୍ଯ୍ୟକ୍ରମ ଲୋକଙ୍କ ପାଖରେ ପହଞ୍ଚିବ ସେନେଇ କର୍ମୀଙ୍କ କାନରେ ମନ୍ତ୍ର ଫୁଙ୍କିଲେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଶେଷ କରି ଗତ କିଛି ଦିନ ଭିତରେ ବିଭିନ୍ନ ବର୍ଗଙ୍କ ପାଇଁ ସରକାର ଘୋଷଣା କରିଥିବା ଆର୍ଥିକ ସହାୟତା ଠାରୁ ଆରମ୍ଭ କରି ବିଭିନ୍ନ ସ୍କିମରେ ଲୋକେ କିଭଳି ଉପକୃତ ହେଉଛନ୍ତି ତାହା ଭୋଟରଙ୍କୁ ବୁଝାଇବାକୁ ଦଳର ନେତା ଓ କର୍ମୀଙ୍କୁ ନବୀନ ପରାମର୍ଶ ଦେଇଥିଲେ।

ବିଜୁ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବଣ୍ଟନ ମାଧ୍ୟମରେ ଲୋକଙ୍କ ପାଖରେ ପହଞ୍ଚିବାକୁ ଏକ ପ୍ରକାର ଉଦ୍ୟମ ଆରମ୍ଭ କରିସାରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ । ଆଉ ସରକାରଙ୍କ ସଫଳତା ଭୋଟରଙ୍କ ପାଖରେ ବଖାଣିବାକୁ ବିଜେଡି କର୍ମି ଓ ନେତାଙ୍କୁ ସଂଙ୍କେତ ଦିଆ ଯାଇଥିବାମଧ୍ୟ କୁହାଯାଇଥିଲା ।ତେଣୁ ଦଳର ପ୍ରତିଷ୍ଠା ଦିବସ ପାଳନ ଅବସରରେ ନେତା ଓ କର୍ମି କିଭଳି ଗାଁ ମୁହାଁ ହୋଇ ଲୋକଙ୍କ ସୁଖ ଦୁଃଖରେ ଲୋକଙ୍କ ପାଖରେ ରହି କାଯ୍ୟ କରିବେ ସେନେଇ ନବୀନ ଦଳୀୟ କର୍ମୀଙ୍କୁ ଉଦବୋଧନ ଦେଇଥିଲେ ।

ଏହି କାଯ୍ୟକ୍ରମରେ ସଂମାନିତ ଅତିଥି ଭାବେ ବ୍ଲକ ଅଧକ୍ଷ ଶେଷଦେଵ ସ୍ୱାଇଁ ,କନ୍ଧମାଳ ସାଂସଦଙ୍କ ଜିଲ୍ଲା ପ୍ରତିନିଧି ସଦାଶିବ ମିଶ୍ର, ଜିଲାପରିଷଦ ସଭ୍ୟ ମହେଶ୍ୱର ମହାରଣା ,ସରପଞ୍ଚ ସଂଘର ସଭାପତି ପ୍ରଫୁଲ୍ଲ କୁମାର ବେହେରା , ଗଣିଆ ବ୍ଲକର ପୂବର୍ତନ ବ୍ଲକ ଅଧକ୍ଷା ରଶ୍ମିତା ସାହୁ , ସମାଜସେବୀ ପ୍ରଦୀପ କୁମାର ସାହୁ , ବ୍ରଜମୋହନ ମିଶ୍ର , ଗିରିଶ ଚନ୍ଦ୍ର ମିଶ୍ର ,ବୈଜୟନ୍ତୀ ବେହେରା , ଦେବାନନ୍ଦ ମିଶ୍ର , ପ୍ରମୋଦ କୁମାର ପୃଷ୍ଟି ,ରାଞ୍ଜୁଳତା ପଣ୍ଡାଙ୍କ ସମେତ ବ୍ଲକର ସମସ୍ତ ସରପଞ୍ଚ ,ସମିତି ସଭ୍ୟ ଓ ସଭ୍ୟାଙ୍କ ସମେତ ଶତାଧିକ ବିଜୁଜନତା ଦଳର ପୁରୁଷ ଓ ମହିଳା ସକ୍ରିୟକର୍ମୀ ଉପସ୍ଥିତ ଥିଲେ।

Recommended